କିମ୍‍ସରେ ଅତ୍ୟାଧୁନିକ ଆଇସିୟୁ ଓ କ୍ୟାଥୋଲାବ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : କିମ୍‍ସରେ ୪୦ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଇସିୟୁ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କିମ୍‍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କମିସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ ମେଜର ଜେନେରାଲ୍‍ ଡା. ପି. କେ. ପଟ୍ଟନାୟକ ଏବଂ କିମ୍‍ସ ମେଡିକାଲ୍‍ ସୁପରିଣ୍ଟେଣ୍ଡେଣ୍ଟ ଡା. ଅମ୍ବିକା ମହାନ୍ତିଙ୍କ ଉପସ୍ଥିତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅତ୍ୟାଧୁନିକ ଆଇସିୟୁ ଉଦ୍‍ଘାଟନ କରିଥିଲେ। ସଂକ୍ରମିତ ରୋଗୀଙ୍କୁ ଏହି ଆଇସିୟୁ ରୁମ୍‍ରେ ରଖାଯିବ। ଏଥି ସହିତ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କୁ ନେଇ ଏକ କ୍ରିଟିକାଲ୍‍ କେୟାର ଟିମ୍‍ ଏଥିରେ କାର୍ଯ୍ୟ କରିବ ।

ସେହିପରି କିମ୍‍ସରେ ଆଜି ଏକ ଅତ୍ୟାଧୁନିକ କାର୍ଡିଆକ୍‍ କ୍ୟାଥୋଲାବ୍‍ ମଧ୍ୟ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ଫ୍ରାକ୍‍ସନାଲ୍‍ଫୋ୍ଲ ରିଜର୍ଭ, ଇନ୍‍ଟ୍ରାଭାସକ୍‍ ୁଲାର ଅଲଟ୍ରାସାଉଣ୍ଡ ଓ ରୋଟାବା୍ଲଟର ଉପଲବ୍‍ଧ । ସେହିପରି କଟକ ସିଡିଏଠାରେ କିମ୍‍ସ ପକ୍ଷରୁ ଏକ ସୁପରସ୍ପେସିଆଲିଟି ଓପିଡି ମଧ୍ୟ ଉଦ୍‍ଘାଟିତ ହୋଇଯାଇଛି । ଏହାକୁ ଉଦ୍‍ଘାଟନ କରି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଲେ ଓଡ଼ିଶାରେ ଲୋକଙ୍କୁ ସୁବିଧା, ସହଜ ଓ ଅଳ୍ପ ଖର୍ଚ୍ଚରେ ଚିକିତ୍ସା ଯୋଗାଇ ଦେବା ପାଇଁ କିମ୍‍ସ ସର୍ବଦା ଚେଷ୍ଟା କରିଆସୁଛି ।

ମତାମତ ଦିଅନ୍ତୁ ।