କିନ୍ନରଙ୍କୁ ହତ୍ୟାକରି ପ୍ରେମିକ ଗିରଫ

କଟକ : କିନ୍ନର ସହିତ ଲିଭ୍ଇନ୍ ରିଲେସନରେ ରହିବା ପରେ ହତ୍ୟା। ଏହି ଅଭିଯୋଗରେ ମାଲଗୋଦାମ ଥାନା ପୋଲିସ ବାଙ୍କୁଳି ନାମକ ଜଣେ ଯୁବକକୁ ଗିରଫ କରିଛି।

ଖବର ଅନୁଯାୟୀ ମାଲଗୋଦାମ କିନ୍ନର ବସ୍ତିରେ ରହୁଥିବା ତାରା ସାହୁ ନାମକ କିନ୍ନରଙ୍କର ଭଦ୍ରକର ବାଙ୍କୁଳି ଓରଫ ପ୍ରତାପ ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ୩ ବର୍ଷ ହେଲା ଲିଭଇନ୍ ରିଲେସନସିପରେ ରହୁଥିଲେ। କିନ୍ତୁ ମାର୍ଚ୍ଚ ୩୧ ତାରିଖରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାର ତାରା ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା ବାଙ୍କୁଳି। ଭଉଣୀ ମଞ୍ଜୁ ସାହୁ ତାରାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏସସିବିରେ ଭର୍ତ୍ତି କରିବା ସହ ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ। ଗତ ୯ ତାରିଖରେ ତାରାଙ୍କର ମୃତ୍ୟୁ ହେବାରୁ ପୋଲିସ ବାଙ୍କୁଳିକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button