କିନ୍ନରଙ୍କୁ ପ୍ରିଜାଇଡିଂ ଅଫିସର ଦାୟିତ୍ଵ

ପାଟନା : ଚିଳିତମାସ ୨୮ରୁ ଆରମ୍ଭ ହେବ ବିହାର ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଜଣେ କିନ୍ନର ମୋନିକା ଦାସଙ୍କୁ ପ୍ରିଜାଇଡିଂ ଅଫିସରର ଦାୟିତ୍ଵ ଦିଆଯାଇଛି। ପାଟନା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ କରି ସ୍ୱର୍ଣ୍ଣ ପଦକ ପାଇଥିବା ମୋନିକା ୨୦୧୫ରୁ ଏକ ଜାତୀୟକରଣ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି।

ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ମୋନିକା ଦାସଙ୍କୁ ନିର୍ବାଚନ ଦାୟିତ୍ଵ ସହ ଜଡ଼ିତ ସମସ୍ତ ତାଲିମ ଦିଆଯିବ। ଭୋଟର ତାଲିକା ଅନୁଯାୟୀ ବିହାରରେ ପାଖାପାଖି ୨୩୪୪ଜଣ କିନ୍ନର ଆଗାମୀ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବେ। ଦେଶର ପ୍ରଥମ କିନ୍ନର ପ୍ରିଜାଇଡିଂ ଅଫିସର ଭାବରେ ମୋନିକା ଦାସଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ନୂଆଦିଲ୍ଲୀର ନ୍ୟାସନାଲ କାଉନସିଲ ଅଫ୍ ଟ୍ରାନ୍ସଜେଣ୍ଡର ପର୍ସନ୍ସ ସଦସ୍ୟ ରେଶମା ପ୍ରସାଦ। ସେ କହିଛନ୍ତି ଏହା ସମଗ୍ର କିନ୍ନର ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ। ବିହାରରେ ପ୍ରାୟ ୪୦୦୦୦ କିନ୍ନର ଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।