କିନ୍ନରଙ୍କଠୁ ହାସଲ କରନ୍ତୁ ଏହି ଜିନିଷ, ଚମକିବ ଆପଣଙ୍କ ଭାଗ୍ୟ

ଯେଉଁ ବ୍ୟକ୍ତିଙ୍କର ଟଙ୍କା ପଇସାର ଅଭାବ ରହିଛି ସେହି ବ୍ୟକ୍ତିମାନେ ସବୁବେଳେ ସମସ୍ୟାର ସାମ୍ନା କରନ୍ତି। ପ୍ରାଚୀନ କାଳରୁ ଧନର ମହତ୍ତ୍ଵ ଅଧିକ ବୋଲି କୁହାଯାଇଛି। କିଛି ଲୋକଙ୍କୁ ସହଜରେ ଧନ ପ୍ରାପ୍ତ ହୁଏ। ଅନେକଙ୍କୁ ବହୁତ କ​‌ଷ୍ଟ କରିବାକୁ ପଡ଼ିଥାଏ। ହେଲେ ଧନପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ କୃପା ଆବଶ୍ୟକ। ଦୁନିଆଁର ସବୁ ଲୋକ ଚାହିଁଥାନ୍ତି ଆମେ ମହଙ୍ଗା ଗାଡ଼ିରେ ବୁଲିବା ସହିତ ଅୟସରେ ଜୀବନ ବିତାଇବା। ଯଦି ଆପଣ ଏହି ତାଳିକାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘରକୁ ଆସୁଥିବା କିନ୍ନରଙ୍କଠାରୁ ମାଗନ୍ତୁ ଏହି ଜିନିଷ। କିନ୍ନର ଘରକୁ ନ ଆସିଲେ ବାହାରେ ସେମାନଙ୍କଠାରୁ ମାଗି ପାରିବେ। ଆଉ ଯଦି କିନ୍ନରଙ୍କୁ ନମାଗିବା ପୂର୍ବରୁ ସେମାନେ ଦେଇ ଦିଅନ୍ତି ତେବେ ଆପଣ ଖୁବ୍ ଜଲଦୀ କୋଟିପତି ହୋଇପାରିବେ। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା …. 

ଲକ୍ଷ୍ମୀ ପୂଜାରେ ବ୍ୟବହାର ହେଉଥିବା ଚାଉଳ- କୁହାଯାଏ ଲକ୍ଷ୍ମୀ ପୂଜାରେ ଚାଉଳ ବ୍ୟବହାର କରାଯାଏ। ଚାଉଳ ଶୁକ୍ରଗ୍ରହ ସହିତ ସମ୍ବନ୍ଧିତ ଏକ ଶସ୍ୟ। ଏହି କାରଣରୁ ଚାଉଳକୁ ପୁଜା ପାଠରେ ବ୍ୟବହାର କରାଯାଏ। ସେହି ଚାଉଳ ଲକ୍ଷ୍ମୀ ପୂଜାରେ ବ୍ୟବହୃତ ହୋଇଥିଲେ ତାହାକୁ ବିଶେଷ ବିବେଚନା ଲରଯାଏ। ପୂଜା ହୋଇଥିବା ସେହି ଚାଉଳରୁ ୨୧ଟି ଚାଉଳ ଦାନାକୁ ଆଣି ଏକ କାଗଜ ପୁଡ଼ିଆରେ ରଖି ପର୍ସ ଭିତରେ ରଖନ୍ତୁ। ଏହା କଲେ ଧନ ବୃଦ୍ଧି ହୋଇଥାଏ। 

ଅଶ୍ଵତ୍ଥ ପତ୍ର- କୁହାଯାଏ ଅଶ୍ଵତ୍ଥ ଗଛର ପତ୍ରକୁ ଗଙ୍ଗାଜଳରେ ଧୋଇ ପବିତ୍ର କରିବା ଦରକାର। ତା’ପରେ ସେଥିରେ କେସରରେ ‘ଶ୍ରୀ’ ଲେଖି ନିଜ ପର୍ସରେ ରଖନ୍ତୁ। ଏମିତି ଜାଗାରେ ରଖନ୍ତୁ ଯେମିତି କାହା ନଜର ପଡ଼ିବ ନାହିଁ। ଏହା କରିବା ଦ୍ଵାରା ଧନ ଆସି ଥାଏ। 

ଟଙ୍କା/ପଇସା– କୁହାଯାଏ କିନ୍ନରଙ୍କୁ କରାଯାଉଥିବା ଦାନ ମହାପୂଣ୍ୟ। କେବଳ ଏତିକି ନୁହେଁ ସେମାନେ ଦେଉଥିବା ଆଶୀର୍ବାଦ ବିଭିନ୍ନ ପ୍ରକାର ଅସୁବିଧା ତଥା ଚିନ୍ତାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କୁ ଟଙ୍କା ସମ୍ବନ୍ଧିତ କିଛି ଅସୁବିଧା ଅଛି ତେବେ ଯେକୈାଣସି କିନ୍ନରଙ୍କ ଠାରୁ ଏକ ପଇସା ମାଗି ନିଅନ୍ତୁ। ଏହି ପଇସାକୁ ଆଲମିରା, ପର୍ସ କିମ୍ବା ବାକ୍ସ ଭିତରେ ରଖନ୍ତୁ। ଏହା ଦ୍ଵାରା ଅନେକ ଲାଭ ମିଳିଥାଏ। 

ପର୍ସ କିମ୍ବା ଚାବିକୁ ଟେବୁଲ ଉପରେ ରଖନ୍ତୁ ନାହିଁ- କୁହାଯାଏ ପର୍ସ କିମ୍ବା ଚାବିକୁ ଟେବୁଲ ଉପରେ ରଖିବା କଥା ନୁହେଁ। କାରଣ ଏହା କରିବା ଦ୍ଵାରା ଘରେ ଟଙ୍କାର ଅଭାବ ଦେଖାଯାଏ। 

ମତାମତ ଦିଅନ୍ତୁ ।