କ୍ଲେବିରା ଭୂତାଣୁ ନିରୋଧୀ ଔଷଧକୁ ମଧ୍ୟମ କରୋନା ଚିକିତ୍ସା ପାଇଁ ଅନୁମୋଦନ

0

ଭୁବନେଶ୍ୱର : ସର୍ବାଧୁନିକ ଗବେଷଣା ଓ ନବୋନ୍ମେଷ ପାଇଁ ପରିଚିତ ଚେନ୍ନଇର ଔଷଧ କମ୍ପାନୀ ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡ ଏକ ଭୂତାଣୁ ନିରୋଧୀ ହର୍ବାଲ ଫର୍ମୁଲେସନ କ୍ଲେବିରା ପ୍ରସ୍ତୁତ କରିଛି। ଏହାକୁ ୨୦୧୭ରେ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା। ଗତବର୍ଷ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଇବା ପରେ ଏହାକୁ ହାଲୁକାରୁ ମଧ୍ୟମ ଧରଣର କୋଭିଡ ଲକ୍ଷଣର ଚିକିତ୍ସା ପାଇଁ ପୁନଃପ୍ରସ୍ତୁତ କରାଯାଇଛି। ଏହି ଉତ୍ପାଦ ସମଗ୍ର ଭାରତରେ ଉପଲବ୍ଧ ହେଉଛି। ଯାହାର ମୂଲ୍ୟ ପ୍ରତି ବଟିକା ପିଛା ରହିଛି ୧୧ ଟଙ୍କା। ୨୦୨୦ ମେ-ଜୁନରେ ୧୦୦ ଲୋକଙ୍କ ଠାରେ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରେ ଫଳାଫଳ ବେଶ୍‍ ପ୍ରଭାବୀ ରହିଥିଲା।

ତାମିଲନାଡୁ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଓମାନଦୁରାର ସରକାରୀ ଇଷ୍ଟେଟ ଚେନ୍ନଇସ୍ଥିତ ସରକାରୀ ମେଡିକାଲ କଲେଜଠାରେ ୩୦ ଦିନ ଅବଧିର ପରୀକ୍ଷଣ କାଳରେ ଚିହ୍ନଟ କରାଯାଇଥିବା ୧୦୦ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୫୦ ଜଣ ଲେଖାଏଁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ସେଥିମଧ୍ୟରୁ ସାର୍ସ-ସିଓଭି-୨ ସଂକ୍ରମିତ ରୋଗୀ ରହିଥିବା ଗୋଷ୍ଠୀକୁ ହସପିଟାଲ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ / ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ମାନକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା। ସେହିପରି ସାର୍ସ-ସିଓଭି-୨ ସଂକ୍ରମିତ ବ୍ୟକ୍ତି ରହିଥିବା ପରୀକ୍ଷଣ ଗୋଷ୍ଠୀକୁ ଉପରୋକ୍ତ ମାନକ ଚିକିତ୍ସା ସହିତ କ୍ଲେବିରା ବଟିକା ଦିନକୁ ଗୋଟିଏ ଲେଖାଏଁ ଦୁଇଥର ୧୪ ଦିନ ଖାଇବା ପାଇଁ ଦିଆଯାଇଥିଲା। ଜଣାପଡିଛି କ୍ଲେବିରା ଆରୋଗ୍ୟ ଲାଭ ପାଇଁ ଲାଗୁଥିବା ସମୟରେ ଉଲ୍ଲେଖନୀୟ ହ୍ରାସ ଘଟାଇଥିଲା। ଯାହା ଶରୀର ଯନ୍ତ୍ରଣା, ଶ୍ୱାସ ପ୍ରଶ୍ୱାସ କ୍ରିୟା ସ୍ୱାଭାବିକ ହେବା (ମିନିଟ ପିଛା ୨୪ରୁ କମ୍‍), ଅମ୍ଳଜାନ ସ୍ତରରେ ଉନ୍ନତି ଘଟିବା (୯୪%ରୁ ଅଧିକ) ଆଦି କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲା। କ୍ଲେବିରା ବଟିକା ଦ୍ୱାରା ଚିକିତ୍ସା ଫଳରେ ୮୬% ରୋଗୀ ୫ ଦିନ ମଧ୍ୟରେ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ସଂକ୍ରମଣମୁକ୍ତ ହୋଇଥିବା ଓ ୧୦୦% ରୋଗୀ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ୧୦ମ ଦିନ ସଂକ୍ରମଣମୁକ୍ତ ହୋଇଥିବା ଜଣାପଡିଛି। କୋଭିଡ୧୯ର ଲକ୍ଷଣରେ ଚିକିତ୍ସାଗତ ଉନ୍ନତି ୪.୧ ଦିନରେ ପରିଲକ୍ଷିତ ହୋଇଥିଲା।

ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡର ନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁବାଷିନୀ ବନାଙ୍ଗମୁଦି କହିଛନ୍ତି ଚିକିତ୍ସା ଶାସ୍ତ୍ର ଅନୁମୋଦିତ ଚିକିତ୍ସା ସହିତ ସହାୟକ ଚିକିତ୍ସା ହାଲୁକାରୁ ମଧ୍ୟମ କୋଭିଡ-୧୯ ସଂକ୍ରମିତଙ୍କର ହସପିଟାଲରେ ଭର୍ତ୍ତିହେବା ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ। ଏପରିକି ଆଇସିୟୁରେ ଜଣେ ରୋଗୀ ଯଦି କମିଲେ ତେବେ ଏହି ସଙ୍କଟଜନକ ସମୟରେ ତାହାର ଅର୍ଥ ଅନେକ କିଛି। ଏହାଦ୍ୱାରା ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଏବଂ ଯତ୍ନକୁ ସୁନିଶ୍ଚିତ କରାଯାଇପାରିବ।

ଆପେକ୍ସ ଲାବୋରେଟୋରିଜର ମ୍ୟାନେଜର, ଇଣ୍ଟରନ୍ୟାସନା ବିଜନେସ ସି ଆର୍ଥର ପଲ୍‍ କହିଛନ୍ତି ଏହି ଭୂତାଣୁ ନିରୋଧୀ ଔଷଧ ଡବ୍ଲୁବିସି, ପ୍ଲେଟଲେଟ ଏବଂ ଲିମ୍ଫୋସାଇଟ କାଉଣ୍ଟ ପରିମାଣ ଏକ ସ୍ୱାଭାବିକ ସ୍ତର ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟାଇବା ସହିତ ଭାଇରାଲ ଲୋଡ ହ୍ରାସ କରୁଛି। ତେଣୁ ସମସ୍ତ ଲକ୍ଷଣରୁ ସୁସ୍ଥ ହେବା ପ୍ରକ୍ରିୟା ଯଥେଷ୍ଟ ଦ୍ରୁତତର ହେଉଛି। ଏହା ଲିଭର ଏବଂ କିଡନି ସମସ୍ୟା ଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଏହାକୁ ଅନ୍ୟ ଔଷଧ ସହିତ ନିରାପଦରେ ସେବନ କରାଯାଇପାରିବ।

ଏହାର କ୍ଲିନିକାଲ ପରୀକ୍ଷାର ଫଳାଫଳ ତାମିଲନାଡୁ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୦ରେ ଦାଖଲ କରାଯାଇଥିଲା। ବ୍ୟାପକ ଯାଞ୍ଚ ଓ ଆଲୋଚନା ପରେ ଏହି ଔଷଧ ଭାରତ ସରକାରଙ୍କ (ଆୟୁଷ) ନିୟାମକଙ୍କ ଦ୍ୱାରା ହାଲୁକାରୁ ମଧ୍ୟମ କୋଭିଡ-୧୯ ଲକ୍ଷଣର ଚିକିତ୍ସା କ୍ଷେତ୍ରରେ ଏକ ସହାୟକ ପ୍ରୟାସ ଭାବରେ ବ୍ୟବହାର କରାଯିବାନୁ ଅନୁମୋଦନ ଲାଭ କରିଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ ଓ ଏମ୍ସର ଫାର୍ମାକୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡା.ଏସ କେ ମୌଲିକଙ୍କ ନେତୃତ୍ୱରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୨ ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଦ୍ୱାରା ବହୁସ୍ତରୀୟ ଯାଞ୍ଚ ଜରିଆରେ ଏହା ଅନୁମୋଦନ ଲାଭ କରିଛି।

Leave A Reply

Your email address will not be published.