କୋଭାକ୍ସିନ କରୋନା ଭୂତାଣୁର ୬୧୭ ପ୍ରକାରକୁ ନିଷ୍କ୍ରିୟ କରିବାରେ ସଫଳ

ନୂଆଦିଲ୍ଲୀ : କରୋନା ଭୂତାଣୁର ୬୧୭ ପ୍ରକାରକୁ ନିଷ୍କ୍ରିୟ କରିବାରେ ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନ ଟିକା ସଫଳ। ହ୍ଵାଇଟ ହାଉସ ତଥା ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ଏହା କହିଛନ୍ତି।

ଡାକ୍ତର ଆନ୍ଥୋନି କହିଛନ୍ତି କରୋନା ଏପରି ଏକ ଭୂତାଣୁ ଯାହାକୁ ନେଇ ଆମେ ପ୍ରତିଦିନ ତଥ୍ୟ ହାସଲ କରୁଛୁ। କିନ୍ତୁ ସଦ୍ୟତମ ତଥ୍ୟ ଅନୁଯାୟୀ କୋଭିଡ-୧୯ ରୋଗୀଙ୍କୁ ଦିଆଯାଉଥିବା କୋଭାକ୍ସିନ କରୋନା ଭୂତାଣୁର ୬୧୭ ପ୍ରକାରକୁ ନିଷ୍କ୍ରିୟ କରିବାରେ ସଫଳ। ତେଣୁ ଆମେ ଭାରତରେ ଦେଖୁଥିବା ପ୍ରକୃତ ଅସୁବିଧା ସତ୍ତ୍ୱେ ଟିକାକରଣ ଏହା ବିରୋଧରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିକାର ହୋଇପାରେ।

କୋଭାକ୍ସିନ ଟିକା ବିଷୟରେ ଜଣାଇବା ସହ ଡାକ୍ତର ଆନ୍ଥୋନି ଫାଉଚି କରୋନା ଲଢ଼େଇରେ ଭାରତକୁ ବିଶ୍ୱ ଓ ବିଶେଷକରି ଧନିକ ରାଷ୍ଟ୍ରମାନେ ବିଫଳ କରାଇଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଭାରତରେ ବ୍ୟାପିଚାଲିଥିବା ଏହି ଦୁଃଖଦାୟକ ଘଟଣାକୁ ପ୍ରତିରୋଧ କରିବା ଲାଗି ମିଳିତ ଉଦ୍ୟମ ସକାଶ ସମଗ୍ର ବିଶ୍ୱ ଏକଜୁଟ ହେବା ଉଚିତ ଥିଲା। ଦୁର୍ଯ୍ୟୋଗକୁ ତାହା ହୋଇ ପାରିନାହିଁ। ସେଥିପାଇଁ ସମଗ୍ର ବିଶ୍ୱରେ ସମାନ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗାଇବାରେ ବିଫଳ ହୋଇଥିବା ଧନିକ ରାଷ୍ଟ୍ରମାନଙ୍କୁ ସେ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button