କୋଭାକ୍ସିନ ଟିକାର ମୂଲ୍ୟ କମାଇଲା ଭାରତ ବାୟୋଟେକ୍

0

ନୂଆଦିଲ୍ଲୀ : ଭାରତ ବାୟୋଟେକ କୋଭାକ୍ସିନ ଟିକାର ମୂଲ୍ୟ ହ୍ରାସ କରିଛି। ପୂର୍ବରୁ ଏହାର ଦାମ ୬୦୦ଟଙ୍କା ଥିଲା। ଏହାର ମୂଲ୍ୟ ରାଜ୍ୟ ଗୁଡିକ ପାଇଁ ପ୍ରସ୍ତୁତକାରୀ କମ୍ପାନୀ ୪୦୦ ଟଙ୍କା ଧାର୍ଯ୍ୟ କରିଛି। ଫଳରେ ରାଜ୍ୟମାନେ କୋଭାକ୍ସିନ ଟିକାର ଗୋଟିଏ ଡୋଜ ୪୦୦ଟଙ୍କାରେ କିଣିପାରିବେ ବୋଲି ଭାରତ ବାୟୋଟେକ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଗତକାଲି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ଟୁଇଟ କରି କହିଥିଲେ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡର ମୂଲ୍ୟ ୪୦୦ଟଙ୍କାରୁ ୩୦୦ଟଙ୍କାକୁ ହ୍ରାସ କରାଯାଇଛି। ଖୁବଶୀଘ୍ର ଏହା ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ପାଣ୍ଠିର ହଜାର ହଜାର କୋଟି ସଞ୍ଚୟ ହେବ। ଏହା ଟିକାକରଣକୁ ସକ୍ଷମ କରିବା ସହିତ ଅଗଣିତ ଜୀବନ ରକ୍ଷା କରିବ।

Leave A Reply

Your email address will not be published.