କୋଭାକ୍ସିନ ମାନବ ପରୀକ୍ଷଣ ଉତ୍ସାହଜନକ

ରୋହତକ : କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସଫଳ ଓ ଉତ୍ସାହଜନକ। ହରିୟାଣା ରୋହତକର ପଣ୍ଡିତ ଭଗବତ ଦୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ ଟିକା ପରୀକ୍ଷକ ଡାକ୍ତର ସବିତା ବର୍ମା କହିଛନ୍ତି ଜୁଲାଇ ୧୭ରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୫୦ ଜଣଠାରେ କରଯାଇଥିଲା। ଦ୍ୱିତୀୟ ପରୀକ୍ଷାରେ ୬ ଜଣ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ପ୍ରକାର ଡୋଜ୍‍ ଦିଆଯାଇଛି। ଭାରତ ବାଇଓଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନ ଆଇସିଏମଆର ଦ୍ୱାରା ଚିହ୍ନଟ ଦେଶର ୧୨ଟି କେନ୍ଦ୍ରରେ ମାନବ ପରୀକ୍ଷଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଛାସେବୀଙ୍କ ଦେହରେ ଟିକା ପରୀକ୍ଷା କରାଯାଇଛି। ଏହା ସଫଳ ହେଲେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ।

ମତାମତ ଦିଅନ୍ତୁ ।