କୋଭିଡ-୧୯ ବିରୋଧରେ ଅକ୍ସଫୋର୍ଡ ଟିକା ଫଳପ୍ରଦ ସାବ୍ୟସ୍ତ

ନୂଆଦିଲ୍ଲୀ : କୋଭିଡ୍‌-୧୯ ଟିକା ବିକାଶରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକା ୯୦ ପ୍ରତିଶତ ଫଳପ୍ରଦ। ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସୋମବାର ଅକ୍ସଫୋର୍ଡ ଘୋଷଣା କରିଛି। ଟିକାର ପ୍ରଭାବ ଓ ନିରାପତ୍ତା ସମସ୍ତ ପରୀକ୍ଷାରେ ସଫଳତା ମିଳିଥିବାରୁ କୋଭିଡ୍‌-୧୯ ବିପକ୍ଷରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ। ସାଂପ୍ରତିକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଉପରେ ତୁରନ୍ତ ପ୍ରଭାବ ପକାଇବ ବୋଲି ଆଷ୍ଟ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍କାଲ୍‌ ସୋରିଓଟ୍‌ କହିଛନ୍ତି।

ମତାମତ ଦିଅନ୍ତୁ ।