କୋଭିଡ୍‌-୧୯ ଟ୍ରିପଲ୍‌ ମ୍ୟୁଟାଣ୍ଟ ନୂଆ ବିପଦ ସୃଷ୍ଟି କରିଛି

0

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ସ୍ଥିତି ଗୁରୁତର ଆଡକୁ ମୁହାଁଉଛି। ଏହି ସମୟରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଟ୍ରିପଲ୍‌ ମ୍ୟୁଟାଣ୍ଟ ବା ତିନିଥର ପରିବର୍ତ୍ତିତ ହୋଇଥିବା ପ୍ରଜାତି ବିପଦ ସୃଷ୍ଟି କରିଛି। ଏହି ଭୂତାଣୁ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ କହୁଛନ୍ତି ସଂକ୍ରମଣ ଦ୍ରୁତ ବୃଦ୍ଧିର କାରଣ ଏହି ଭୂତାଣୁ। ଯାହା ଦେଶ ପାଇଁ ଏବେ ନୂଆ ବିପଦ।

ସୂଚନାଯୋଗ୍ୟ ଡବଲ୍‌ ମ୍ୟୁଟାଣ୍ଟ ଭାଇରସ୍‌ ବା ଦୁଇଥର ରୂପାନ୍ତରିତ କୋଭିଡ୍‌ ଭୂତାଣୁ ପାଇଁ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବା କୁହାଯାଉଥିଲା। କିନ୍ତୁ ଭାରତ ସମେତ ସମଗ୍ର ବିଶ୍ୱରେ କୋଭିଡ୍‌-୧୯ ଭୂତାଣୁର ଅନେକ ପରିବର୍ତ୍ତନ ହୋଇଛି। ଭୂତାଣୁଙ୍କର ଦୁଇ ବା ଅଧିକ ଷ୍ଟ୍ରେନ୍‌ ମିଳିତ ହୋଇ ନୂତନ ପ୍ରଜାତି ଗଠନ ହୋଇଛି। ଆଜି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର) କହିଛି ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ କୋଭିଡ୍‌ ଟିକା କୋଭାକ୍ସିନ୍‌ କୋଭିଡ୍‌ ଭୂତାଣୁ ସାର୍ସ- କୋଭ୍‌-୨ର ଏକାଧିକ ପ୍ରକାର ବିରୁଦ୍ଧରେ ପ୍ରଭାବଶାଳୀ।

Leave A Reply

Your email address will not be published.