କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ପୋତିବାକୁ ନେଇ ଉତ୍ତେଜନା

ବାରିପଦା : ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର-୧୪ କବରଖାନାରେ କୋଭିଡ ଆକ୍ରାନ୍ତଙ୍କ ମୃତ ଦେହ ପୋତିବାକୁ ନେଇ ଉତ୍ତେଜନା ଓ ରାସ୍ତାରୋକ ହୋଇଛି।

ଖବର ଅନୁଯାୟୀ ଗତ କିଛିମାସ ହେଲା ଏହି କବରଖାନାରେ କରୋନାରେ ମୃତ୍ୟୁବରଣ କରିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ପୋତା ଯାଉଥିଲା। କିନ୍ତୁ ଆଜି ଜଣେ କୋଭିଡ ମୃତକଙ୍କୁ ପୋତା ଯିବାକୁ ନେଇ ସ୍ଥାନୀୟ ଲୋକେ ମରଶରୀର ଆଣିଥିବା ଗାଡି ଅଟକାଇବା ସହ ତୁଳସୀଚୌରା-କାଳୀମନ୍ଦିର ରାସ୍ତାକୁ ଅବରୋଧ କରିଥିଲେ। ସୂଚନା ପାଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆସନ୍ତାକାଲି ଉପଜିଲ୍ଲାପାଳଙ୍କ ନିକଟକୁ ଆସି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକରୁ ଓହରିଯାଇଥିଲେ।

ସମ୍ବନ୍ଧିତ ଖବର
between image and heading

Comments are closed.