କୋଭିଡ ହସ୍ପିଟାଲରେ ନିଆଁ : ୧୬ ଗୁରୁତରଙ୍କୁ ସ୍ଥାନାନ୍ତର

0

ସୁରଟ : ଗୁଜୁରାଟର ସୁରଟରେ ଏକ କୋଭିଡ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିlହେଁ ଆଇସିୟୁରେ ୧୬ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ରବିବାର ସୁରଟର ଷ୍ଟେସନ ରୋଡରେ ଥିବା ଆୟୁଷ ହସ୍ପିଟାଲର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ଏହି ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଟିମ୍ ୧୧ଜଣ ରୋଗୀଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ପାଞ୍ଚ ଜଣଙ୍କୁ ଡାକ୍ତରଖାନା କର୍ମଚାରୀମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ବୋଲି ଡାକ୍ତରଖାନ କର୍ତ୍ତୃପକ୍ଷ କହିଛନ୍ତି। ତେବେ ସର୍ଟ ସର୍କିଟ କିମ୍ବା ଓଭରଲୋଡିଂ ଯୋଗୁ ଏୟାର କଣ୍ଡିସନରରେ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.