କୋଭିଡ ହସ୍ପିଟାଲରେ ନିଆଁ : ୨୩ ମୃତ

ବାଗ୍‌ଦାଦ : ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ ଇବନ୍‌-ଅଲ୍‌-ଖାତିବ କୋଭିଡ ହସ୍ପିଟାଲରେ ଗତ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଅକ୍ସିଜେନ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁ ହସ୍ପିଟାଲର କରୋନା ଭାଇରସ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ପ୍ରାୟ ୨୩ ଜଣଙ୍କର ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କିନ୍ତୁ ନିଆଁ ଲାଗିବା ଦେଖି କେତେକ ରୋଗୀ ଓ ସେମାନଙ୍କ ସମ୍ପର୍କିୟମାନେ ଭୟରେ ହସ୍ପିଟାଲରୁ ଦୌଡି ପଳାଇଛନ୍ତି। ତେବେ ଇରାକୀ ରାଷ୍ଟ୍ରାୟତ ନ୍ୟୁଜ୍‌କୁ ‘ସିଭିଲ୍‌ ଡିଫେନ୍ସ୍‌’ କହିଛି ୧୨୦ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୯୦ଜଣଙ୍କୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button