କୋଭିଡ ଯୋଦ୍ଧାଙ୍କ ପାଇଁ ସଲମାନଙ୍କ ‘ବିଙ୍ଗ ହଙ୍ଗରୀ’ ଅଭିଯାନ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବଢିଚାଲିଛି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା। ଏଭଳି ସ୍ଥିତିରେ ଜୀବନକୁ ବିପଦରେ ପକାଇ କରୋନା ଲଢେଇର ଆଗରେ ରହି କାମ କରୁଥିବା କର୍ମଚାରୀଙ୍କ ବଲିଉଡ ଅଭିନେତା ସଲମାନ ଖାନ ଆଗକୁ ଆସିଛନ୍ତି। ‘ବିଙ୍ଗ ହଙ୍ଗରୀ’ ଅଭିଯାନ ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି। ଏହି ଅଭିଯାଜନରେ ଫୁଡ୍ ଭ୍ୟାନ୍‌ଗୁଡିକ ମୁମ୍ବାଇର ରାସ୍ତାରେ ବୁଲୁ କୋଭିଡ ଯୋଦ୍ଧାଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରୁଛି। ଏପରିକି ସଲମାନ ନିଜେ ଏହାର ତଦାରଖ କରିଛନ୍ତି।

ରବିବାର ସଲମାନ ଖାନ୍ ମୁମ୍ବାଇର ବାନ୍ଦ୍ରା ସ୍ଥିତ ରେସ୍ତୋରାଁରେ ପହଞ୍ଚି କୋଭିଡ ଯୋଦ୍ଧାଙ୍କ ପାଇଁ ୫ ହଜାର ଖାଦ୍ୟ ପ୍ୟାକେଟ ପଠାଇଥିଲେ। ସେଥିପାଇଁ ତାଙ୍କ ଯୁବ ସେନାର ଜଣେ ସଦସ୍ୟ ରାହୁଲ କନଲ ସଲମାନଙ୍କ ଏକ ଫଟୋ ଟୁଇଟ୍ କରିଛନ୍ତି। ଏହି ଫଟୋରେ ସଲମାନ ରେସ୍ତୋରାଁରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଫୁଡ୍‌ ଭ୍ୟାନକୁ ଖାଦ୍ୟ ପଠାଇବା ପୂର୍ବରୁ ସଲମାନ ନିଜେ ଖଦ୍ୟଗୁଡିକର ଗୁଣବତ୍ତା ପରୀକ୍ଷା କରିଛନ୍ତି। ଏହା ବ୍ୟତୀତ ସ୍ୱଚ୍ଛତାକୁ ନେଇ ସତର୍କ କରାଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button