କୋଭିଡ କଟକଣା : ସୀମାରୁ ଫେରିଲେ ପଶ୍ଚିମବଙ୍ଗ ବର ଓ କନ୍ୟା

0

ବାଲେଶ୍ଵର : ପଶ୍ଚିମବଙ୍ଗରେ କରୋନାର ଟ୍ରିପିଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ। ଏହା ଓଡିଶା ପାଇଁ ଏବେ ଚିନ୍ତାର କାରଣ। ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ସୀମାରେ ଚାଲିଛି କଡା ଯାଞ୍ଚ। କୋଭିଡ ନେଗେଟିଭ କିମ୍ବା ଦୁଇ ଡୋଜ ଟିକା ନେଇଥିବା ପ୍ରମାଣପତ୍ର ନଥିଲେ ପ୍ରବେଶ ଅନୁମତି ନାହିଁ। ଏହି କଟକଣା ପାଇଁ ଆଜି ଅଡୁଆରେ ପଡିଛନ୍ତି ପଶ୍ଚିମବଙ୍ଗରୁ ବାଲେଶ୍ଵର, ଭଦ୍ରକ ଓ ଅନ୍ୟ ଜିଲ୍ଲାକୁ ଆସୁଥିବା ବର ଓ କନ୍ୟା। ସେମାନଙ୍କୁ ଜଳେଶ୍ଵର ଲକ୍ଷ୍ମଣନାଥ ତନଖି ଫାଟକରୁ ଫେରିବାକୁ ପଡିଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ପ୍ରଶାସନ ପକ୍ଷରୁ ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ତନଖି ଫାଟକ ନିକଟରେ ଯାଞ୍ଚ୍ ଚାଲିଥିଲା। ଏହି ସମୟରେ ପଶ୍ଚିମବଙ୍ଗରୁ ୫ଟି ବରଗାଡ଼ି ଓ ଗୋଟିଏ କନ୍ୟା ଆସିଥିଲା। କିନ୍ତୁ ଆରଟିପିଆର ନେଗେଟିଭ ରିପୋର୍ଟ ନଥିବାରୁ ଓଡିଶା ଭିତରକୁ ପଶିବା ପାଇଁ ଅନୁମତି ମିଳିନଥିଲା। ବର ଓ କନ୍ୟାପକ୍ଷ ଦୀର୍ଘ ସମୟ ଅପେକ୍ଷା କରିବା ସହିତ ପ୍ରଶାସନକୁ ନିବେଦନ କରିଥିଲେ। ହେଲେ କିଛି ଲାଭ ହେଲାନି। ସେମାନଙ୍କୁ ବାଧ୍ୟହୋଇ ଫେରିବାକୁ ପଡିଥିଲା।

Leave A Reply

Your email address will not be published.