କୋଭିଡ କଟକଣା ଉଲଙ୍ଘନ : ୧୬ କୋଟି ଫାଇନ ଆଦାୟ

ଭୁବନେଶ୍ୱର : କୋଭିଡ୍ କଟକଣା ଉଲ୍ଳଂଘନ କରିଥିବା ଅମାନିଆଙ୍କ ଠାରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି। ବୁଧବାର ସକାଳ ଠାରୁ ଆଜି ସକାଳ ମଧ୍ୟରେ ପୋଲିସ ଏହି ଫାଇନ ଆଦାୟ କରିଛି। ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି ଜବତ ହୋଇଛି। ରୁଜ୍ଜୁ ହୋଇଛି ୪ଟି ମାମଲା।

ଗୁରୁବାର ପୋଲିସ ମହା ନିର୍ଦ୍ଦେଶକ ଅଭୟ କହିଛନ୍ତି କୋଭିଡ୍ ସଂକ୍ରମଣବେଳେ ଅବହେଳା କଲେ ବିପଦପୂର୍ଣ୍ଣ ହୋଇପାରେ। ସେଥିପାଇଁ ସମସ୍ତେ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ସେ ଅପିଲ କରିଛନ୍ତି। ସେ କହିଛନ୍ତି ଦେଶ ତଥା ରାଜ୍ୟରେ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଏଥିପାଇଁ ସଜାଗ ରହିବାକୁ ହେବ। ଲକଡାଉନରେ ଅମାନିଆଙ୍କ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଏପ୍ରିଲ ପହିଲା ଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଅମାନିଆଙ୍କୁ ଧରାଗଲାଣି। ସେମାନଙ୍କ ଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକଣା ଉଲ୍ଲଂଘନ କରିବା ନେଇ ୩୯୭୯ ଦୋକାନ ସିଲ୍ କରାଯାଇଥିବା ବେଳେ ୪୭ ଲକ୍ଷ ଫାଇନ ଆଦାୟ ହୋଇଛି। ୧୪୮୬ ଅମାନିଆ ଗିରଫ ହୋଇଛନ୍ତି। ୩୧, ୭୫୮ ଗାଡ଼ି ଜବତ ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.