କୋଭିଡ କେୟୋର ବନ୍ଦ ଘୋଷଣାକୁ ଭଦ୍ରକରେ ବିରୋଧ

ଭଦ୍ରକ : ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଖୋଲିଥିବା କୋଭିଡ କେୟୋର କେନ୍ଦ୍ର ଓ କୋଭିଡ୍ କେୟା‌ର ହୋମ୍ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଭଦ୍ରକ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଵାସ୍ଥ୍ୟସେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନଥିବା ଭଦ୍ରକ ପରି ଜିଲ୍ଲାରେ ଜିଲ୍ଲାରେ ରୋଗୀଙ୍କୁ କିଭଳି ସେବା ଯୋଗାଇ ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ବୁଦ୍ଧିଜୀବୀମାନେ କହୁଛନ୍ତି ଭଦ୍ରକ ଜିଲ୍ଲାରେ କରୋନା ବ୍ୟାପୁଛି। ଏହିଭଳି ସମୟରେ ସରକାରଙ୍କ କୋଭିଡ କେୟୋର କେନ୍ଦ୍ର ଓ କୋଭିଡ୍ କେୟା‌ର ହୋମ୍ ବନ୍ଦ ଘୋଷଣା ସମସ୍ୟା ସୃଷ୍ଟି କରିବ। ବିଶେଷକରି ଗ୍ରାମାଞ୍ଚଳର କରୋନା ଆକ୍ରାନ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ। ତେଣୁ ସରକାର ଉଚିତ ପଦକ୍ଷେପ ନେବାପାଇଁ ସେମାନେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।