କୋଭିଡ୍ ମୃତ୍ୟୁ-ତଥ୍ୟ ସତ୍ୟଠାରୁ ବହୁ ଦୂରରେ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : କୋଭିଡ୍ ମୃତ୍ୟୁ ସଂଖ୍ୟା ନେଇ ସରକାର ଦେଉଥିବା ତଥ୍ୟ ସତ୍ୟଠାରୁ ବହୁ ଦୂରରେ। ଯେଉଁ ସଂଖ୍ୟା ସର୍ବସାଧାରଣ ପାଇଁ ଜାରି କରାଯାଉଛି ତା’ଠାରୁ ୫ଗୁଣ ମୃତ୍ୟୁ ଅଧିକ ହେଉଛି। କେବଳ ସେତିକି ନୁହେଁ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉପରେ ଚାପ ପକାଉଥିବା ରିିପୋର୍ଟରେ କୁହାଯାଇଛି।

ସରକାରୀ ତଥ୍ୟ ଓ ଶ୍ମଶାନରେ ଜଳୁଥିବା ଶହ ଶହ ଶବକୁ ନେଇ କୋଭିଡ୍ ମୃତ୍ୟୁ ଭିତରେ ପ୍ରଭେଦ ରହୁଥିବା ଅଭିଯୋଗ ଉଠୁଥିଲା। ଏହାକୁ ନେଇ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ଓ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମିଳିତ ସର୍ଭେ କରିଥିଲେ। ଏବେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଦର୍ଶଯାଇଛି ମଧ୍ୟପ୍ରଦେଶ ଭୋପାଳରେ ୧୩ ଦିନରେ ଏକ ହଜାର ମୃତ୍ୟୁ ହୋଇଛି। କିନ୍ତୁ ସରକାରୀ ତଥ୍ୟରେ ସଂଖ୍ୟା ରହିଛି ମାତ୍ର ୪୧। ଛତିଶଗଡ଼ ଦୁର୍ଗରେ ଏପ୍ରିଲ ୧୫ରୁ ୨୧ ଭିତରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ ତଥ୍ୟରେ ଅଧାରୁ କମ୍ ଦର୍ଶାଯାଇଛି। ଗୁଜୁରାଟର ସୁରତ ଓ ଗାନ୍ଧୀନଗରରେ ଏପ୍ରିଲ ୧୪ ତାରିଖରେ ୧୨୪ ଜଣ କୋଭିଡ୍ ରୋଗୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହେଲେ ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭୩ ଜଣ ବୋଲି ଦର୍ଶାଯାଇଛି। ଏସବୁ ଭିତରେ ଉତ୍ତରପ୍ରଦେଶର କାନପୁର, ଗୁଜୁରାଟର ଅହମ୍ମଦାବାଦ ଭଳି ସହରର କୋଭିଡ୍ ମୃତ୍ୟୁ ତଥ୍ୟକୁ ଲୁଚାଯାଇଥିବା ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button