କୋଭିଡ ନିୟମ ଉଲଂଘନ : ୫ଟି ଦୋକାନ ସିଲ୍‌

କଟକ : କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ପାଇଁ ଆଜି କଟକରେ ୫ଟି ଦୋକାନ ସିଲ ହୋଇଛି। ଏହାଛଡା ୧୧ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ରବିବାର ବିଭିନ୍ନ ସ୍ଥାନରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରିଥିଲା। ଏହି ଚଢଉ ସମୟରେ ନିୟମକୁ ଉଲ୍ଲଂଘନ କରିଥିବା ବଜ୍ରକବାଟି ରୋଡ୍‌ର ବିଶାଲ ମେଗାମାର୍ଟ, ବକ୍ସିବଜାରର ଦୁଇଟି ଲସି ଦୋକାନ ଓ ବାଦାମବାଡ଼ି ଭରତିଆ ଟାୱାର ୨ଟି ମୋବାଇଲ୍‌ ଦୋକାନକୁ ସିଲ୍‌ କରାଯାଇଛି।

ସେହିପରି ବଜ୍ରକବାଟି ରୋଡ୍‌ର ଶ୍ରୀଲେଦର୍ସ ଓ ଦୋଳମୁଣ୍ଡେଇ ମଧୁକୁଞ୍ଜ ମଦଦୋକାନରୁ ୫ ହଜାର ଟଙ୍କା ଲେଖାଏ ଓ ଭରତିଆ ଟାୱାରର ଏକ ଗହଣା ଦୋକାନରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button