କୋଭିଡ୍ ନିୟମ ଉଲ୍ଲଂଘନ : ଅଶୋକ ସିନେମା ହଲ୍ ସିଲ୍

0

ରାୟଗଡ଼ା : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି କ୍ରମରେ ନିୟମ ଭଙ୍ଗୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ରାୟଗଡ଼ାରେ ନିଆଯାଇଛି ସମାନ ପଦକ୍ଷେପ। କରୋନା କଟକଣାକୁ ଜିଲ୍ଲା ପ୍ରଶାସନ କଡାକଡି କରିଛି।

ଖବର ଅନୁଯାୟୀ ଶୁକ୍ରବାର ରାୟଗଡ଼ାର ଅଶୋକ ସିନେମା ହଲକୁ ଆଜି ସିଲ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ସିନେମା ହଲକୁ ସିଲ୍ କରିଥିବା ଜଣାପଡିଛି। ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ଉ ସମୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଉଦୟପ୍ଲାଜା ସିନେମା ହଲକୁ କେବଳ ଚେତାବନୀ ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.