କୋଭିଡ ପାଇଁ ଘ‌ରୋଇ ହସ୍ପିଟାଲରେ ସଂରକ୍ଷିତ ରହିବ ୫୦ ପ୍ରତିଶତ ବେଡ

ଭୁବନେଶ୍ଵର : ଏଣିକି ‌କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍‌ ସଂରକ୍ଷିତ ରହିବ। ୩୦ରୁ ଅଧିକ ବେଡ ଥିବା ହସ୍ପିଟାଲରେ ଏହି ନିମୟ ଲାଗୁ କରାଯିବ। ଓଡ଼ିଶାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର ମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଘରୋଇ ହସ୍ପିଟାଲରେ ୫୦ପ୍ରତିଶତ ବେଡ୍‌ ସଂରକ୍ଷିତ ରହିବ ବୋଲି କୁହାଯାଇଛି। ସେହିପରି ଘରୋଇ ହସ୍ପିଟାଲଗୁଡ଼ିକରେ ୫୦ପ୍ରତିଶତ ଆଇସିୟୁ ଓ ଏଚଡିୟୁ ସଂଣକ୍ଷିତ ରହିବ। ଯଦି ଆବଶ୍ୟକ ପଡ଼େ ତେବେ ହସ୍ପିଟାଲରେ ୧୦୦ ପ୍ରତିଶତ ବେଡକୁ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ କୋଭିଡ ଚିକିତ୍ସା ପାଇଁ ସରକାର ଫି’ ନିର୍ଦ୍ଦାରଣ କରିଛନ୍ତି। ଘରୋଇ ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ଦେୟ ଜେନେରାଲ ବେଡ ପାଇଁ ଦୈନିକ ୧୨ଶହ ଟଙ୍କା, ଖାଦ୍ୟ ଓ ଔଷଧ ପାଇଁ ୧୭୫୦ ଟଙ୍କା ରହିଛି। ସେହିପରି ଆଇସିୟୁରେ ରହିଲେ ଦୈନିକ ୨୦୦୦ ଓ ୫୦୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଆଇସିୟୁରେ ଦୈନିକ ଔଷଧ ଓ ଆନୁଷଙ୍ଗିକ ଖର୍ଚ୍ଚ ସର୍ବମୋଟ ୮ ହଜାର ଓ ୧୨ ହଜାର ରହିଥିବା ବେଳେ ଭେଣ୍ଟିଲେଟର ସହ ଆଇସିୟୁରେ ରହିଲେ ଗୋଟିଏ ଦିନକୁ ୨ ହଜାର ଟଙ୍କା ଓ ୫ ହଜାର ଟଙ୍କା ଦେୟ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button