କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ମଞ୍ଜୁର

0

ଭୁବନେଶ୍ୱର : କୋଭିଡ୍ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଯୋଗାଇ ଦିଆଯିବ। ସହରରେ ବଢୁଥିବା ସଂକ୍ରମଣ ଦେଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଅର୍ଥରେ ସହରର କୋଭିଡ୍ ପରିଚାଳନା ସୁରୁଖୁରୁରେ ହେବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.