କୋଭିଡ୍ ପରିଚାଳନା ପାଇଁ ୩୦୦ କୋଟି ଦାବି କଲେ ନବୀନ

ଭୁବନେଶ୍ୱର : ରାଜାରେ କୋଭିଡ୍ ପରିଚାଳନା ପାଇଁ ୩୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନିକଟରେ ଦାବି କରିଛନ୍ତି।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନର ଦ୍ଵିତୀୟ ଲହର ସ୍ଥିତି ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରକୁ ୪୦୦ କୋଟି ଟଙ୍କା ମାଗିଥିଲା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୧୪୬ କୋଟି ଟଙ୍କା ମିଳିଛି। ଏଥିସହ ରାଜ୍ୟରେ ଟିକାକରଣକୁ ନେଇ ସେ କହିଛନ୍ତି ଓଡ଼ିଶାରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି। ତେଣୁ ଅତିକମରେ ୧୦ଦିନ ପାଇଁ ଟିକା ଷ୍ଟକ୍ ଦିଆଯାଉ। ଏହାଛଡା ଏସଡିଆରଏଫ ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ପାଇଁ ଅନୁମତି ଦେବାକୁ ନବୀନ ଦାବି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button