କୋଭିଡ୍‌ ଟିକା ‘ସ୍ପୁଟନିକ୍‌-ଭି’ର ୩ୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ହେବ: ନଭେମ୍ବର ସୁଦ୍ଧା ଫଳାଫଳ

ନୂଆଦିଲ୍ଲୀ : ରୁଷିଆ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ପ୍ରତିଷେଧକ ଟିକା ସ୍ପୁଟନିକ୍‌-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସ ଭାରତରେ ଆରମ୍ଭ ହେବ। ନଭେମ୍ବର ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ ଡିମିଟ୍ରିଭ ଏହି ସୂଚନା ଦେଇଛନ୍ତି।

ସୋମବାର ସେ କହିଛନ୍ତି ଭାରତ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ଫିଲିପାଇନ୍‌ସ ଓ ବ୍ରାଜିଲରେ କୋଭିଡ୍‌-୧୯ ପ୍ରତିଷେଧକ ଟିକା ସ୍ପୁଟନିକ- ଭିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚଳିତି ମାସରୁ ଆରମ୍ଭ ହେବ। ଆଉ ଏହି ପରୀକ୍ଷଣର ପ୍ରାଥମିକ ଫଳାଫଳ ଅକ୍ଟୋବର-ନଭେମ୍ବର ୨୦୧୦ରେ ପ୍ରକାଶ ପାଇବ।

ମତାମତ ଦିଅନ୍ତୁ ।