କୋଭିଡ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ଏମ୍ସ ହସ୍ପିଟାଲରେ କୋଭିଡର ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଡୋଜ୍ ମୋଦି ମାର୍ଚ୍ଚ ୧ରେ ନେଇଥିଲେ।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କୋଭିଡର ଦ୍ୱିତୀୟ ଟିକା ନେଇଥିବା ସୂଚନା ଦେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ମୋଦିଙ୍କୁ ପୁଡୁଚେରୀର ପି ନିବେଦା ଦ୍ୱିତୀୟ ଟିକା ଦେଇଥିଲେ। ପଞ୍ଜାବର ଅନ୍ୟ ଜଣେ ନର୍ସ ନିଶା ଶର୍ମା ଟିକା ଦିଆଯାଉଥିବା ବେଳେ ପାଖରେ ଥିବା ଦେଖିବାକୁ ମିଳିଛି। ମୋଦିଙ୍କୁ ପ୍ରଥମ ଡୋଜ୍ ମଧ୍ୟ ନର୍ସ ପି ନିବେଦା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button