କୋଭିଡ୍‌ ୱାର୍ଡରେ ବିବାହ : କନ୍ୟା ପିନ୍ଧିଲେ ପିପିଇ କିଟ୍‌

0

ତିରୁବନନ୍ତପୁରମ୍‌ : କୋଭିଡ୍ ୱାର୍ଡରେ ବିବାହ। କରୋନା ସଂକ୍ରମିତ ବରକୁ ପିପିଇ କିଟ୍‌ ପିନ୍ଧି ବାହାହେଲେ କନ୍ୟା। କେରଳର ଆଲାପୁଜା ଏକ କୋଭିଡ୍ ୱାର୍ଡରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବର ଜଣକ ବିଦେଶରେ ଚାକିରି କରନ୍ତି। ବିବାହ ପାଇଁ ସେ ଦେଶକୁ ଫେରିଥିଲେ। ବାହାଘର ପ୍ରସ୍ତୁତି କରୁଥିବା ବେଳେ କରୋନା ଟେଷ୍ଟ୍‌ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କ ମା’ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହେବାରୁ ଉଭୟଙ୍କୁ କେରଳର ଆଲାପୁଜା ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

କରୋନା ପାଇଁ ବିବାହରେ ଦେଖାଦେଇଥିଲା ସମସ୍ୟା। କାରଣ ଏପ୍ରିଲ୍‌ ୨୫ ତାରିଖରେ ଶରତ ଓ ଅଭିରାମୀଙ୍କର ବିବାହ ପୂର୍ବରୁ ସ୍ଥିର ହୋଇଥିଲା। ଶରତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପ‌ରେ ମଧ୍ୟ ଉଭୟ ପରିବାର ଧାର୍ଯ୍ୟ ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ‌ନେଇଥିଲେ। ସେଥିପାଇଁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ଆଣିବା ପରେ କୋଭିଡ ୱାର୍ଡ ଭିତରେ ବିବାହ ଅନୁଷ୍ଠିତ ହୋଇଥିଲା। କନ୍ୟା ଓ ସମ୍ପର୍କୀୟମାନେ ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ୱାର୍ଡ ଭିତରେ ପ୍ରବେଶ କରିଥିଲେ। ବରର ମାଆ ଦମ୍ପତିଙ୍କୁ ଫୁଲମାଳ ଦେଇଥିଲେ।

Leave A Reply

Your email address will not be published.