କୋଭିଡରେ ଅନାଥ ପିଲାଙ୍କ ପାଇଁ କ’ଣ ଯୋଜନା କରିଛ ଜଣାଅ : କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହାମାରୀ କୋଭିଡରେ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଦାୟିତ୍ୱ ଦେଇଥିଲେ ସୁପ୍ରିମକୋର୍ଟ। ଆଜି କୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଜନାର ସଂପୂର୍ଣ୍ଣ ବିବରଣୀ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି। ଏ ପ୍ରସଙ୍ଗରେ ହିତାଧିକାରୀଙ୍କ ଚିହ୍ନଟ, ଏହି ଯୋଜନା ଉପରେ ନଜର ରଖିବାକୁ କୌଶଳ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୭ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ଦିଲ୍ଲୀ ଓ କେରଳ ସମେତ ଅନେକ ରାଜ୍ୟ ଏଭଳି ପିଲାମାନଙ୍କ ପାଇଁ ଯୋଜନା ଘୋଷଣା କରିସାରିଛନ୍ତି। ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଅନାଥ ପିଲାମାନଙ୍କର ଶିକ୍ଷାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ। ୨୩ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରିବ। ଏହି ଯୋଜନା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଦ୍ୱାରା ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ୧୧-୧୮ ବର୍ଷ ବୟସର ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ନାମ ଲେଖାଯାଇ ସେମାନଙ୍କ ଦେୟ ପ୍ରଦାନ କରାଯିବ। ପିଲାମାନଙ୍କ ନାମରେ ସ୍ଥାୟୀ ଜମା ଖୋଲାଯିବ ଓ ସେମାନେ ୨୩ ବର୍ଷ ବୟସରେ ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *

Back to top button