କୋଇଲା ଦୁର୍ନୀତି : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସ୍ପେଶାଲ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ। ଆସନ୍ତା ୧୪ ତାରିଖରେ ଦଣ୍ଡାଦେଶ ନେଇ ରାୟ ଶୁଣାଇବେ କୋର୍ଟ।

୧୯୯୯ରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ସ୍ପେଶାଲ୍ ସିବିଆଇ କୋର୍ଟ ଏପ୍ରିଲ୍ ୨୦୧୭ରେ ଦିଲୀପଙ୍କ ବ୍ୟତୀତ କୋଇଲା ମନ୍ତ୍ରାଳୟରେ ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ ଓ ତା’ର ଡାଇରେକ୍ଟର ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗ ଧାର୍ଯ୍ୟ ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି।

ମତାମତ ଦିଅନ୍ତୁ ।