କୋଇଲା ଖଣିରେ ବିସ୍ଫୋରଣ : ୧୬ ମୃତ

ବେଜିଂ : ଦକ୍ଷିଶପଶ୍ଚିମ ଚୀନ ଚୋଙ୍ଗକ୍ୟୁଙ୍ଗରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ୧୬ ଜଣଙ୍କ ଜୀବନ ଯାଇଛି। ଖଣିରେ ଥିବା କାର୍ବୋନ ମନୋକ୍ସାଇଡର ସ୍ତର ବଢ଼ିଯିବାକୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

କବର ଅନୁଯାୟୀ ଖଣିରେ ଜଳନ୍ତା ବେଲ୍ଟର ପ୍ରଭାବରେ କାର୍ବୋନ ମନୋକ୍ସାଇଡର ସୁରକ୍ଷା ସ୍ତର ହଠାତ୍‌ ବଢି ଯାଇଥିଲା। ଫଳରେ କାମ କରୁଥିବା ୧୭ ଜଣ ଶ୍ରମିକ ଫସି ଯାଇଥିଲେ। ୭୫ ଜଣିଆ ଉଦ୍ଧାରକାରୀ ଦଳ ଓ ୩୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ବାହାର କରିବା କାର୍ଯ୍ୟରେ ନିୟୋଜତ ହୋଇଥିଲେ ହେଁ ମାତ୍ର ଜଣେ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରିପାରିଥିଲେ। ତାଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।