କୋଝିକୋଡ ଦୁର୍ଘଟଣାଗ୍ରସ୍ତ ବିମାନରେ କରୋନା ପଜିଟିଭ, କ୍ଵାରେଣ୍ଟାଇନରେ ଉଦ୍ଧାରକାରୀ ଟିମର ୫୦ କର୍ମୀ

କୋଝିକୋଡ଼ : କେରଳ କୋଝିକୋଡ଼ ବିମାନ ବନ୍ଦରରେ ଗତକାଲି ଦୁବାଇରୁ ଫେରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର ପରେ ଜଣାପଡିଛି ୨ ଯାତ୍ରୀ କରୋନା ପଜିଟିଭ। କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍ସିକୁ ଏହି ସୂଚନା ଦେଇଥିବା ବେଳେ କେରଲ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ.ଟି ଯଲିଲ କହିଛନ୍ତି ଦୁଇ କରୋନା ରୋଗୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ୪୫ ବର୍ଷ ବୟସ୍କ ସୁଧୀର। ତାଙ୍କ ନମୁନା ପଜିଟିଭ ଆସିଛି।

ସେହିପରି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ପଠାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଉଦ୍ଧାରକାର୍ଯ୍ୟରେ ନିଯୋଜିତ ଟିମକୁ କହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସେଲ୍ଫ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେଥିପାଇଁ ସିଆଇଏସଏଫର ୫୦ ଜଣ କ୍ଵାରେଣ୍ଟାଇନ କରାଯାଇଛି। ଏହାଛଡା ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହାର ଯାଞ୍ଚ ଚାଲିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ଅସ୍ଥାୟୀ ଭାବେ ଆଇସୋଲେସନରେ ରଖାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଶନିବାର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ରିଲିଫ କାମ ତଦାରଖ କରିଥିବା ବେଳେ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର ଓ କକପିଟ ଭୟସ ରେକର୍ଡର ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଉଦ୍ଧାର ହୋଇ ସାରିଛି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ମଧ୍ୟ ତଦନ୍ତ ଆରମ୍ଭ କରିଠି ବେଳେ ଦୁର୍ଘଟଣାଗ୍ରସ୍ତ କେମିତି ହେଲା ତା’ର କାରଣ ଖୋଜା ଯାଉଛି।

ମତାମତ ଦିଅନ୍ତୁ ।