Breaking Newsଅପରାଧ

କୋଲଡ୍ରିଙ୍କସ୍‌ ବୋତଲରେ ଦେଶୀ ମଦ

ବଲାଙ୍ଗିର : ଲକଡାଉନ ଠାରୁ ରାଜ୍ୟରେ ଚୋରା ନିଶା କାରବାର ବଢିଚାଲିଛି। ବିଭିନ୍ନ ଉପାୟରେ ନିଶା ବେପାରମାନେ ସେମାନଙ୍କ କାରବାର ଚଳାଇଛନ୍ତି। ବଲାଙ୍ଗିର ସହରରେ କୋଲଡ୍ରିଙ୍କସ୍‌ ବୋତଲରେ ବିକ୍ରୀ ହେଉଛି ଦେଶୀ ମଦ। ଟାଉନ ପୋଲିସ ଜଣଙ୍କୁ ଧରିଛି।

ଖବର ଅନୁଯାୟୀ ବଲାଙ୍ଗିର ସହରର ଖରସେଲପଡାର କିଶୋର ଠେଲା ବେଆଇନ ମଦ ବିକ୍ରୀ କରୁଥିବା ପୋଲିସକୁ ସୂଚନା ମିଳିଥିଲା। ପୋଲିସର ସ୍ୱତନ୍ତ୍ର ଟିମ କିଶୋରଙ୍କ ଘର ଉପରେ ଚଢଉ କରିବାରୁ ଜଣାପଡିଲା ୨୦୦ ଏମ.ଏଲର ଶୋଡା ଓ କୋଲଡ୍ରିଙ୍କସ ବୋତଲରେ ରନ୍ଧା ମଦ ଭର୍ତ୍ତି କରି ବିକ୍ରୀ କରୁଛି। ନିଜେ ମଦ ରନ୍ଧି ବୋତଲ ପିଛା ଦାମ ନେଉଛି ୪୦ ଟଙ୍କା। ପୋଲିସ ପ୍ରାୟ ୫୦ରୁ ଅଧିକ ମଦ ଭର୍ତ୍ତି ବୋତଲ ଓ ଶହ ଶହ ଖାଲି ବୋତଲ ଜବତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button