କୋରାପୁଟ: ୧୫ ଭରି ସୁନା ଓ ଦେଢ ଲକ୍ଷ ଟଙ୍କା ଲୁଟିଲେ ଡକାୟତ

କୋରାପୁଟ : କୋରାପୁଟ-ବୋରିଗୁମ୍ମା ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଡକାୟତମାନେ ଗାଡି ଅଟକାଇ ୧୫ ଭରି ସୁନା ଓ ଦେଢ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ଏନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ ସନ୍ଦେହରେ ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି।

ଖବର ଅନୁଯାୟୀ ବିଜୟନଗରମରୁ ଏକ ପରିବାର ବୁଧବାର ରାତିରେ କୋରାପୁଟରୁ ରାଣିଗଡ଼ ଦେଇ ବୋରିଗୁମ୍ମା ଯାଉଥିଲେ। ଏହି ଗାଡିରେ କନ୍ୟା ଓ ବର ଆସୁଥିଲେ। ଘୋଡାଦର ଛକ ନିକଟରେ ଗାଡିକୁ କିଛି ଦୁର୍ବୁତ୍ତ ଅଟକାଇବ ସହିତ ମାରଣାସ୍ତ୍ର ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ଆଜି ସକାଳେ ସେମାନେ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।