କୋରାପୁଟ ଓ କନ୍ଧମାଳରୁ ବହୁ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଗଲା

କୋରାପୁଟ/ବାଲିଗୁଡା : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ତାପକଣ୍ଡା ଗାଁରେ ୨୦ ଏକର ଜମିରେ ହୋଇଥିବା ଗଞ୍ଜଇ ଚାଷକୁ ଅବକାରୀ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ କାଟି ନଷ୍ଟ କରିଛନ୍ତି। ଏହି ଅଭିଯାନରେ ଆଗକୁ ୫୦ ଏକରରୁ ଅଧିକ ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସାଇନିପଡା ଗ୍ରାମ ପଂଚାୟତର ମାଙ୍କଡସୁଗା, ମୁଣ୍ଡାରଗାଁ ଓ ଜାରଙ୍ଗା ସଂରକ୍ଷିତ ଜଙ୍ଗଲ ଅଂଚଳରେ ବେଆଇନ ଭାବେ ଲଗାଯାଇଥିବା ପ୍ରାୟ ୩୭୫ ଏକର ସଂରକ୍ଷିତ ଜମିରୁ ୨ ଦିନ ମଧ୍ୟରେ କ.ନୁଆଗାଁ ପୋଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩୭ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।