କୋର୍ଟଙ୍କ ନିର୍ଦ୍ଦେଶ: ଅସଦାଚରଣ କରିଥିବା ଅଭିଯୁକ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବେ ପୀଡ଼ିତା

ଭୋପାଳ : ଅସଦାଚରଣର କରିଥିବା ଯୁବକଙ୍କ ହାତରେ ରାକ୍ଷୀ ବାନ୍ଧିବେ ପୀଡ଼ିତା। ମଧ୍ୟପ୍ରଦେଶ ହାଇକୋର୍ଟ ଏହି ବିରଳ ରାୟ ପ୍ରଦାନ କରିଛନ୍ତି। ପୀଡିତାଙ୍କୁ ଅଭିଯୁକ୍ତ ୧୧ ହଜାର ଟଙ୍କା ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦେବା ସହିତ ଉଭୟ ଭାଇ-ଭଉଣୀ ସମ୍ପର୍କରେ ରହିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଏହା ପୂର୍ବରୁ ହାଇକୋର୍ଟର ଜଷ୍ଟିସ ରୋହିତ ଆର୍ଯ୍ୟଙ୍କ ବେଞ୍ଚ୍ ଅଭିଯୁକ୍ତ ବିକ୍ରମ ବାଗ୍ରୀଙ୍କୁ ଗତ ୩୦ ତାରିଖରେ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ। ଆଉ ସର୍ତ୍ତ ରଖିଥିଲେ ଅଭିଯୁକ୍ତ ଓ ତାଙ୍କ ପତ୍ନୀ ରାକ୍ଷୀପୂର୍ଣ୍ଣିମାରେ ହାତରେ ମିଠା ପ୍ୟାକେଟ୍ ଧରି ପୀଡିତାଙ୍କ ଘରକୁ ଯିବେ। ପୀଡିତା ଅଭିଯୁକ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଏଥିସହ ପୀଡିତାଙ୍କ ପୁତ୍ରକୁ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି।

ମତାମତ ଦିଅନ୍ତୁ ।