କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର : ଜେଲ୍‌ରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିୟର ବା ଏସଓପି ଜାରି କରିଛି। ଏହି ଅନୁଯାୟୀ ଏଣିକି କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବ। ସେହିପରି ରିମାଣ୍ଡରେ ଅଣାଯିବା ଆଗରୁ ମଧ୍ୟ ହେବ କୋଭିଡ୍ ପରୀକ୍ଷା। ଯଦି ଅଭିଯୁକ୍ତ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
ସେ ସୁସ୍ଥ ହେବା ପରେ ଜେଲ୍‌କୁ ସ୍ଥାନାନ୍ତରିତ ହୋଇପାରିବେ। ନେଗେଟିଭ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ୍ ଭିତରକୁ ନିଆଯାଇପାରିବ। ଏହାଛଡା ଜେଲ୍ ଭିତରେ ସଂକ୍ରମଣ ରୋକିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।