କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍

ବାଲିଗୁଡ଼ା : କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାର୍ଶ୍ଵ ମନ୍ଦିରରୁ ମା’ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ଚିତା ଓ ବିମଳାଙ୍କ ସୁବର୍ଣ୍ଣ ନାକ ଗୁଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଖବର ଆନଯାୟୀ ଆଜି ସକାଳୁ ସକାଳୁ ସେବାୟତ ଚନ୍ଦ୍ରଶେଖର ପାଣିଗ୍ରାହୀ ମନ୍ଦିରକୁ ଯିବାପରେ ମନ୍ଦିର କବାଟ ଭାଙ୍ଗିଥିବା ଦେଖି ବଡ଼ ପଣ୍ଡା ଭଗବାନ ପଣ୍ଡାଙ୍କୁ ଜଣାଇଥିଲେ। ପରେ ଏ ବିଷୟ ପରିଚାଳନା କମିଟିକୁ ଜଣାଇବାରୁ କମିଟି ସଦସ୍ୟ ପହଞ୍ଚି ଚୋରି ହୋଇଥିବା ଦେଖି କୋଟଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି। ଚୋରି ହୋଇଥିବା ଅଳଙ୍କାର ଓ ଦାନ ହୁଣ୍ଡି ଅର୍ଥ ପାଖାପାଖି ୧ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button