କୋଟିଆ ପାଇଁ ୪ ଜିଲ୍ଲାର ରାଜନେତା ଏକାଠି ହେଲେ

କୋରାପୁଟ : ଭୁବନେଶ୍ଵର ନୟାପଲ୍ଲୀରେ ଉଦଘାଟନ ଅପେକ୍ଷା ରହିଥିବା ସହିଦ ଲକ୍ଷ୍ମଣ ନାୟକ ଭବନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହି କୋଟିଆ ପାଇଁ ଏକଜୁଟ ହୋଇଛନ୍ତି।

ଉତ୍କଳ ଦିବସ ଦିନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଶବରୀ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଉତ୍କଳ ଦିବସ ମଧ୍ୟ ପାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିରେ ଏସଟି ଓ ଏସସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ ମଙ୍ଗଳ ମନ୍ତ୍ରୀ ଜଗନ୍ନ‌ାଥ ସରକା, ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ଵର ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସହ ୪ଟି ଜିଲ୍ଲାର ବିଧାୟକମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

Back to top button