କୋଟିଆର ୨୨ ଗାଁ’ରେ ୧୪୪

ଭୁବନେଶ୍ୱର : ଆସନ୍ତା କାଲି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ର ସରକାର ଓଡ଼ିଶାର ସୀମାନ୍ତ ଗାଁ’ରେ ନିର୍ବାଚନ ପାଇଁ ଚେଷ୍ଟା କରୁଛି। ସେଥିପାଇଁ ଆଜି ସନ୍ଧ୍ୟା ୫ରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଗତକାଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ। କିନ୍ତୁ ଆଜି ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ ପାଇଁ ଅନୁମତି ଦେଇଛନ୍ତି। ତେଣୁ ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ମତଦାନ ହେବ।