କୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ସେମିଳିଗୁଡ଼ା ପୋଲିସ କୋଟିଏ ଟଙ୍କାରେ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପିକଅପ୍‌ ଭ୍ୟାନ୍‌ ଓ ମୋଟର ସାଇକେଲ ଜବତ ହୋଇଛି।

ଖବର ଅନୁଯାୟୀ ଗତକାଲି ରାତିରେ ଗୋଟାଏ ପିକଅପ୍‌ ଭ୍ୟାନ୍‌ରେ ୧୦୦୦ କେଜିରୁ ଅଧିକ ଓଜନର ଗଞ୍ଜେଇ ଚାଳାଣ ହେଉଥିଲା। ଏହି ଗାଡ଼ିକୁ ବାଟ କଢ଼ାଇ ନେଉଥିଲା ଗୋଟାଏ ମୋଟର ସାଇକେଲ। ଏ ସମ୍ପର୍କରେ ସୂଚନା ପାଇ ସେମିଳିଗୁଡ଼ା ଥାନା ପୋଲିସ କକରିଗୁଡା ଛକ ନିକଟରେ ଗାଡ଼ିକୁ ଅଟକାଇ ଥିଲା। ଗାଡ଼ିରୁ ଗଞ୍ଜେଇ ଜବତ କରିବା ସହ ପରମେଶ, କାର୍ତ୍ତିକ, ଗୋପାଳ ଭୋଇ, ଶ୍ୟମ ଭୋଇ ଓ ଡମୁ ଭୋଇଙ୍କୁ ଅଟକ ରଖିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଗଞ୍ଜେଇ ଚାଲାଣ ନେଇ ଜଣାପଡ଼ି ନଥିଲେ ହେଁ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।