କ୍ରେନ୍ ଭାଙ୍ଗିପଡ଼ିବାରୁ ୧୦ ଶ୍ରମିକ ମୃତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ‘ହିନ୍ଦୁସ୍ତାନ ସିପ୍‌ୟାଡ୍ ଲିମିଟେଡ୍‌’ରେ ଦୁର୍ଘଟଣା। କ୍ରେନ୍ ଭାଙ୍ଗିପଡ଼ିବାରୁ ପ୍ରାୟ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଖବର ମିଳିଛି।

ଶନିବାର ଅପରାହ୍ନରେ ଜାହାଜ ନିର୍ମାଣ ଲାଗି ସାମଗ୍ରୀ ଉଠାଇବାରେ ବ୍ୟବହୃତ କ୍ରେନ୍‌ଟିକୁ ଶ୍ରମିକମାନେ ଯାଞ୍ଚ କରୁଥିବା ବେଳେ ହଠାତ୍ କ୍ରେନ୍‌ଟି ଭାଙ୍ଗିଯାଇ ତଳେ ପଡ଼ିଥିଲା। ପ୍ରାୟ ‌୨୦ ଜଣ ଶ୍ରମିକ ଏହି କାର୍ଯ୍ୟ କରୁଥିଲେ। କ୍ରେନ୍‌ ଭାଙ୍ଗିପଡ଼ିବା ସମୟରେ କେତେଜଣ ଶ୍ରମିକ ଧାଇଁ ପଳାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିଲେ। ପ୍ରକାଣ୍ଡ କ୍ରେନ୍‌ ତଳେ ଅନ୍ୟୂନ ୧୦ଜଣ ଶ୍ରମିକ ଚାପିହୋଇ ମରିଥିବା ପୋଲିସ ଅଧିକାରୀ କହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବାକୁ ବିଶାଖାପାଟଣା ପୋଲିସ କମିସନର୍ ଆର୍‌କେ ମୀନା ଘଟଣାସ୍ଥଳକୁ ଯାଇଛନ୍ତି।

ମତାମତ ଦିଅନ୍ତୁ ।