କ୍ରିକେଟ୍ ଭିତ୍ତିକ ଆପ୍ ବିକଶିତ କରିବାକୁ ହ୍ୱାଇଟ୍‌ହ୍ୟାଟ୍ ଜୁନିୟର ପକ୍ଷରୁ କପିଲ୍ ଦେବଙ୍କ ସହ ସହଯୋଗିତା

ଭୁବନେଶ୍ୱର : କୋଡିଂ ଓ ଗଣିତ ଉପରେ ଅନଲାଇନ୍ ଲାଇଭ୍ କ୍ଲାସେସ୍ ପ୍ରଦାନ କରିବା ଲାଗି ଜଣାଶୁଣା ଅଗ୍ରଣୀ ଏଡ୍‌ଟେକ୍ ସଂସ୍ଥା ହ୍ୱାଇଟ୍‌ହ୍ୟାଟ୍ ଜୁନିଅର ପକ୍ଷରୁ ଶିକ୍ଷାଦାନକୁ ଅଧିକ କୌତୁକିଆ କରିବା ଲାଗି କ୍ରିକେଟ ଖେଳାଳୀ କପିଲ ଦେବଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। କ୍ରିକେଟ୍ ଭିତ୍ତିକ ଆକର୍ଷଣୀୟ ଆପ୍ ବିକଶିତ କରିବା ଲାଗି ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯିବ। ଏହି ପ୍ରକଳ୍ପର ନାମ ହେଉଛି କପିଲ୍‌ସ୍ ସ୍ୱିଙ୍ଗ୍ ବୋଲିଂ ଏକ୍ସଆଇ। ଏହାକୁ ହ୍ୱାଇଟ୍‌ହ୍ୟାଟ୍ ଜୁନିଅର ପାଠ୍ୟକ୍ରମରେ ସାମିଲ କରାଯିବ। ଯାହାକୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଆପ୍ ବିକଶିତ କରିବେ।

ଏହି ପ୍ଲାଟଫର୍ମରେ ଅଷ୍ଟମ ଶ୍ରେଣୀ ପାସ୍ ପରେ ପିଲାମାନଙ୍କୁ ଏହି ସ୍ୱତନ୍ତ୍ର ପ୍ରକଳ୍ପ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ କପିଲଙ୍କ ଛବି ଓ ଭିଡିଓକୁ ସ୍ୱତନ୍ତ୍ର ଭାବେ ହାସଲ କରିପାରିବେ। ଯେଉଁଠାରେ ସେ ଜଣେ ବିଶେଷଜ୍ଞ ବୋଲର ଭାବେ ପରାମର୍ଶ ପ୍ରଦାନ କରିବେ। ଏହି ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ରିକେଟ୍ ଅଭିଳାଷ ସହ ଯୋଡ଼ିବା ସହିତ ପାଠ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ ବାସ୍ତବ ଜୀବନରେ ପ୍ରୟୋଗ କରିପାରିବେ। ସେମାନେ ଆପ୍ଲିକେସନ୍‌କୁ ଆହୁରି ଅଧିକ ମଧ୍ୟ ବିକଶିତ କରିପାରିବେ। ବିଗିନର ଠାରୁ ଆରମ୍ଭ କରି ଇଟଂରମେଡିଏଟାରି ଓ ଆଡଭାନ୍ସରୁ ପ୍ରୋ ପର୍ଯ୍ୟନ୍ତ ସବୁ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ସୁହାଇବା ଭଳି ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଛି।

ସହଯୋଗିତା ସମ୍ପର୍କରେ କପିଲ ଦେବ କହିଛନ୍ତି ଆଜିର ପିଲାମାନଙ୍କ ପାଖରେ ଅବିଶ୍ୱସନୀୟ ସୁଯୋଗ ରହିିଛି। ଏହି ପ୍ରକଳ୍ପ ସହିତ ହ୍ୱାଇଟହାଟ୍ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲ୍ ଆପ୍ଲିକେସନକୁ ମୁଁ ପ୍ରଦାନ କରିଥିବା ବିଷୟକୁ ନେଇ ଗଠନ କରିବା ଲାଗି ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛି। କିଭଳି ଭାବନା ଓ ଶିକ୍ଷାର ସଂଯୋଗରେ ଶ୍ରେଷ୍ଠ ଫଳାଫଳ ବାହାରି ପାରିବ ତାହା ହେଉଛି ଏହା ଶ୍ରେଷ୍ଠ ଉଦାହରଣ। ପରୀକ୍ଷା କରାଯାଉଥିବା ବୋଲିଂ ଶୈଳୀ ପଛରେ ରହିଥିବା ବିଜ୍ଞାନକୁ ପରବର୍ତ୍ତୀ ପିଢ଼ି ଭଲ ଭାବେ ବୁଝିପାରିବେ। ନୂଆ ପିଢ଼ିର ଆପ୍‌ରେ ପିଲାମାନଙ୍କ ନବସୃଜନକୁ ଦେଖିବା ଲାଗି ମୁଁ ଚାହିଁ ରହିଛି।

ପିଲାମାନଙ୍କୁ କ୍ରିଏଟରରେ ପରିଣତ କରିବା ଲାଗି ଆମକୁ ଶିକ୍ଷାଦାନକୁ କୌତୁକିଆ, ଯୋଡି ହେବା ଓ ପ୍ରୟୋଗ ଭିତ୍ତିକ କରିବାକୁ ପଡ଼ିବ ବୋଲି ହ୍ୱାଇଟ୍‌ହାଟ୍ ଜୁନିଅରର ଚିଫ୍ ଲର୍ଣ୍ଣିଂ ଅଫିସର ବାଲାଜୀ ରାମାନୁଜମ କହିଛନ୍ତି। ଆମର ବିଶ୍ୱାସ ରହିଛି ଏହି ପ୍ରକଳ୍ପ ପିଲାମାନଙ୍କୁ ସେମାନଙ୍କର ବିଭିନ୍ନ ପସନ୍ଦର କ୍ଷେତ୍ର ସହ ଯୋଡ଼ିବାର ପଥ ପରିସ୍କାର କରିବ।

Leave a Reply

Your email address will not be published. Required fields are marked *

Back to top button