କୃଷକଙ୍କ ସହିତ ସବୁବେଳେ ରହିଥିବି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଆଜିଠାରୁ ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ ଆରମ୍ଭ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ କହିଛନ୍ତି କୃଷକଙ୍କ ସହିତ ସବୁବେଳେ ରହିଛନ୍ତି ଓ ରହିଥିବେ। ରହିଥିବିସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ ରହିଥିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି ।

ସୋମବାର ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ୫ ଶହ ଚାଷୀ ଯୋଗଦେଇଥିବା ବେଳେ ପ୍ରଦର୍ଶନୀରେ ୧୬୦ଟି କୃଷି ମଣ୍ଡପ ସ୍ଥାନ ପାଇଛି। ଚଳିତ ବର୍ଷର ଥିମ ରହିଛି ସମନ୍ୱିତ ଚାଷ : ଚାଷୀର ବିକାଶ।

କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଟି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ୧୦ଟି ବିଷୟବସ୍ତୁକୁ ନେଇ ପାଠଶାଳା ଆୟୋଜନ କରାଯିବ। ଚାଷୀ, କୃଷି ଉଦ୍ୟୋଗୀ ଓ କୃଷି ବିଜ୍ଞାନୀମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ। କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି। ଏଥର କୃଷି ଓଡ଼ିଶାରେ ମିଲେଟ୍ ମିଶନ୍ ଓ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି।

ବୈଷୟିକ ଜ୍ଞାନକୌଶଳ, ନୂଆ କୃଷି ଯନ୍ତ୍ରପାତି ଓ ବଜାର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରତିବର୍ଷ ‘କୃଷି ଓଡ଼ିଶା’ ଆୟୋଜନ କରାଯାଉଛି। ଏ ବର୍ଷ କୃଷି ଓଡ଼ିଶାର ଥିମ୍-ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ରହିଥିବା ବେଳେ ମାସ୍କଟ୍ ‘ପାଳଛତୁ’ ରହିଛି।

Leave a Reply

Your email address will not be published. Required fields are marked *

Back to top button