Breaking Newsଦେଶ-ବିଦେଶ
କୃଷି ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନରୁ ହଟିବୁନି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ୍ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକ ଲଗାଇଥିବାରୁ ଏହାକୁ କୃଷକ ନେତା ସ୍ଵାଗତ କରିଛନ୍ତି। ଆଇନ ରଦ୍ଦ ନହେବ ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିବ। ଆମେ ଉଠିବୁ ନାହିଁ। ଏହା ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ। ସେ କହିଛନ୍ତି ସରକାର ତିନି କୃଷି ଆଇନକୁ ବାତିଲ୍ କରି ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ପାଇଁ ନିୟମ ବନାନ୍ତୁ।