କୃଷି ଆଇନକୁ ବିରୋଧ : ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁକରାଯାଇଥିବା ନୂତନ କୃଷି ଆଇନକୁ ବିରୋଧ କରି ତଥା ସଂସଦରେ ଶୀତକାଳୀନ ଅଧିବେଶନର ବାତିଲ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇଥିଲା।

ରାଜ୍ୟ ସଭାପତି ଡ. ସ୍ମୁତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏହି ଶୋଭାଯତ୍ରା ଭୁବନେଶ୍ୱର କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ ଛକ ନିକଟରେ ପଂହଚିଥିଲା। କେନ୍ଦ୍ର ସରକାରଙ୍କ କଳା ଆଇନରେ କେବଳ ପୁଞ୍ଜିପତି ଓ କର୍ପୋରେଟ ହାଉସ ଲାଭବାନ ହେବାବେଳେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତିକ ଚାଷ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ବହୁ ଦୁର୍ଦ୍ଦଶାରେ ସମ୍ମୁଖିନ ହେବ ବୋଲି ସଭାପତି ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି।

ଏହି ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେବା ସହ ଯୁବ କଂଗ୍ରେସର ଉପସଭାପତି ଅଭିଳାଷ ମାଣିଆ, ରାଜୀବ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ରଞ୍ଜିତ ପାତ୍ର, ନଳିନୀକାନ୍ତ ନାୟକ, ଜ୍ଞାନରଞ୍ଜନ ରାଉତ, ଆଶୁତୋଷ ଲେଙ୍କା, ଶିବଦତ ମହାନ୍ତି, ଆର୍ଯ୍ୟବୀର ଲେଙ୍କା, ମାହେ ନିଖତ, ଆକୁବ୍ୟ ଖାନ, ରମଜୀତ ଅଲ୍ଲି, ପ୍ରେମଜିତ ମହାନ୍ତି, ଶ୍ରୀବତ୍ସ ରଥ, ଦେବଦତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।