କୃଷି ବିଲ ଅନୁମୋଦନ କୃଷିକ୍ଷେତ୍ର ପାଇଁ ଐତିହାସିକ ମୁହୂର୍ତ୍ତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ଉଦ୍ଦିଷ୍ଟ ତିନୋଟି କୃଷି ବିଳରୁ ଦୁଇଟି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି ଭାରତୀୟ କୃଷିରେ ଏକ ଐତିହାସିକ ମୁହୂର୍ତ୍ତ। ସଂସଦରେ ଏହି ପ୍ରମୁଖ ଚିଠା ଅନୁମୋଦିତ ହୋଇଥିବାରୁ ଆମର କଠିନ ପରିଶ୍ରମୀ କୃଷକମାନଙ୍କୁ ଅଭିନନ୍ଦନ। ଭାରତରେ କୃଷି କ୍ଷେତ୍ର ବୈଷୟିକ ଓ ଢାଞ୍ଚାଗତ ଉନ୍ନତି ଆବଶ୍ୟକ କରୁଛି। ଉନ୍ନତ ଉପକରଣ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲାଗି କୃଷକମାନଙ୍କ ପାଇଁ ଏହି ବିଲ୍ ମାର୍ଗ ପ୍ରସ୍ତୁତ କରିବ।

ପ୍ରଧାନମନ୍ତ୍ରୀ ଟୁଇଟ୍‌ରେ ଭାରତୀୟ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି କୃଷକମାନଙ୍କର ସେବା ଓ ଭବିଷ୍ୟତ ପିଢ଼ି ନିମନ୍ତେ ଦୃଢ଼ତର କୃଷି ଶିଳ୍ପ ନିର୍ମାଣ କରିବା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ। ପରିଶ୍ରମୀ କୃଷକମାନଙ୍କୁ ସହଯୋଗ କରିବା ଲାଗି ଆମ କୃଷି କ୍ଷେତ୍ର ସଦ୍ୟତମ ବୈଷୟିକ ସୁବିଧାର ଜରୁରୀ ଆବଶ୍ୟକତା ରହିଛି। ଏବେ ଏହି ବିଲ ଅନୁମୋଦିତ ହେବାରୁ ଆମ କୃଷକମାନେ ସହଜରେ ଅତ୍ୟାଧୁନିକ ବୈଷୟିକ ସୁବିଧା ହାସଲ କରିପାରିବେ। ଫଳରେ ଉତ୍ପାଦନ ବୃଦ୍ଧି ପାଇବା ସହ ଉତ୍ତମ ଅମଳ ହେବ। ଏହା ସ୍ଵାଗତଯୋଗ୍ୟ ପଦକ୍ଷେପ।

କୃଷି ଶିଳ୍ପରୁ ମଧ୍ୟସ୍ଥର ଉଚ୍ଛେଦ ଉପରେ ଆଲୋକପାତ କରି ସେ କହିଛନ୍ତି ଅନେକ ଦଶନ୍ଧି ହେବ ଭାରତର କୃଷକମାନଙ୍କୁ ମଧ୍ୟସ୍ଥମାନେ ବୁଦ୍ଦୁ ବନାଇ ଆସୁଛନ୍ତି। ପାର୍ଲାମେଣ୍ଟ୍‌ର ଅନୁମୋଦିତ ହୋଇଥିବା ବିଲ ଏଭଳି ଅସୁବିଧାରୁ କୃଷକମାନଙ୍କୁ ମୁକ୍ତି ଦେବ। ସେମାନଙ୍କର ଆୟ ଦୁଇଗଣ କରିବା ସହ ଅଧିକ ସମୃଦ୍ଧି ଆଣିବ।

ମତାମତ ଦିଅନ୍ତୁ ।