କୃତୀ ଶିଶୁମାନଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ଧରାକୋଟ : ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଧରାକୋଟ ବାଲ୍ମୀକେଶ୍ଵର ଅନାଥ ଆଶ୍ରମର ମୋଟ ସାତଜଣ ଶିଶୁ ପରୀକ୍ଷାରେ କୃତିତ୍ଵ ହାସଲ କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସେମାନଙ୍କୁ ମାନପତ୍ର ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରିଛନ୍ତି। ଆଉ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ‘ଯଦି ତୁମେ ଯୋଗ୍ୟ, ଦୁନିଆରେ କିଛିବି ଅସମ୍ଭବ ନୁହେଁ’।

ଏହାବ୍ୟତୀତ ଶ୍ରୀ ଷଡଙ୍ଗୀ ଆଦର୍ଶ ବିଦ୍ୟାଳୟ କୁଶଗୁମା ଧରାକୋଟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ କରାଇ ଶିଶୁଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଗଠନ ଦିଗରେ ଉଦ୍ୟମ ଜାରି ରଖିବା ପାଇଁ ଆଶ୍ରମର ପରିଚାଳକ କେ. ଟୁନା ଦୋରାଙ୍କୁ ନିର୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ବାଲ୍ମୀକେଶ୍ଵର ଶିଶୁ ଆଶ୍ରମ ଏକ ଆଦର୍ଶ ଅନୁଷ୍ଠାନ ଭାବେ ପରିଗଣିତ ହେଉ ଓ ଶତପ୍ରତିଶତ ଫଳ ପ୍ରକାଶ ପାଇଥିବାରୁ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ପ୍ରଦାନ ଜଣାଇଛନ୍ତି।

ଏହି ଅବସରରେ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରାକୋଟ ଶୁଶୀଳ କୁମାର ପଟନାୟକଙ୍କ ଦ୍ଵାରା କୃତୀ ଶିଶୁମାନଙ୍କୁ ଯଥା ଲିପି ସୋଭା ନାୟକ, ଅଙ୍କିତା ପ୍ରଧାନ, ଏଲିସା ମନି, ଶୀତଲ ଦିଆଗଲ, ରାକେଶ ନାୟକ, ସୌମ୍ଯରଞ୍ଜନ ନାୟକଓ ଯୋହନ ନାୟକଙ୍କୁ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପରିଚାଳକ କେ. ଟୁନା ଦୋରାଙ୍କ ସମେତ ସମସ୍ତ କର୍ମଚାରୀ ଓ ଶିଶୁମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button