କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ

ବାଲେଶ୍ଵର : ଚାନ୍ଦିପୁର ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷଣ ସଫଳ ହୋଇଛି। ସୋମବାର ୧୦ଟା ୩୩ ମିନିଟ ସମୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଭାରତୀୟ ସେନାରେ ସାମିଲ ହୋଇଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ହଜାରେ କିଲୋମିଟର ରହିଛି। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ ସହିତ ‘ନିର୍ଭୟ’ ସଠିକ୍‍ ଲକ୍ଷ୍ୟଭେଦ କରିପାରିବ। ଏହାର ମାରକ କ୍ଷମତା ଆମେରିକାର ଟୋମହାୱକ୍‍ କ୍ଷେପଣାସ୍ତ୍ର ସହ ସମାନ ରହିଛି।

ମତାମତ ଦିଅନ୍ତୁ ।