କ୍ଷୀର ଦେଉଛି ଦେଢ଼ବର୍ଷର ବାଛୁରୀ

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗାଁରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଗର୍ଭବତୀ ନହୋଇ ଦେଢ଼ ବର୍ଷର ବାଛୁରୀ କ୍ଷୀର ଦେଉଛି। ଏବେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

ଖବର ଅନୁଯାୟୀ ବାହାବଳପୁର ଗାଁର ଜଇରାମ ବେହେରାଙ୍କ ଏହି ବାଛୁରୀ ଦିନକୁ ୨ଲିଟରରୁ ଅଧିକ କ୍ଷୀର ଦେଉଛି। ଏହାକୁ ପରିବାର ଲୋକେ ବ୍ୟବହାର କରିବା ସହ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।
ସ୍ଥାନୀୟ ପଶୁସମ୍ପଦ ଅଧିକାରୀ କହିଛନ୍ତି ଏହା ଦେଶୀ ବ୍ରିଡ଼ କ୍ଷେତ୍ରରେ ଦେଖାଯାଏ ନାହିଁ। ଏବେ ଯେଉଁସବୁ ହାଇବ୍ରିଡ଼ ଗାଈ ବାଛୁରୀର ପ୍ରକୃତ ଗ୍ରୋଥ ହେବା ଦ୍ୱାରା, ସେ ବିନା ଗର୍ଭବତୀରେ କ୍ଷୀର ଦେଇଥାନ୍ତି। ଏଭଳିକି ଗୋଟିଏ ଜର୍ସି ହାଇ ବ୍ରିଡ଼ ଗାଈ ଥରେ ଛୁଆ ଦେଲେ ୩ ରୁ ୪ବର୍ଷ କ୍ଷୀର ଦେଇଥାନ୍ତି।

ମତାମତ ଦିଅନ୍ତୁ ।