କୁଆଁରୀ ଯୁବତୀଙ୍କୁ ହତ୍ୟାକରି ରକ୍ତରେ ସ୍ନାନ କରୁଥିଲେ ଏଇ ମହିଳା

କଥାଟି ବହୁ ପୁରୁଣା। କିନ୍ତୁ ସ୍ଵାର୍ଥ ପାଇଁ ମଣିଷ କେତେ ନୃଶଂସ ହୋଇପାରେ ତାହାର ଏକ ଜ୍ଵଳନ୍ତ ଉଦାହରଣ ଏଥିରେ ରହିଛି। ମହିଳାଙ୍କ ନାଁ ଏଲିଜାବେଥ ବାଥରୀ। ଯିଏ ଜୀବନକାଳ ଭିତରେ ୬୫୦ ଜଣଙ୍କୁ ହତ୍ୟା କରିଛନ୍ତି। ୪୦୦ ବର୍ଷ ପୂର୍ବର ହଙ୍ଗରୀ ସାମ୍ରାଜ୍ୟର ଏଲିଜାବେଥଙ୍କର କୁଆଁରୀ ଯୁବତୀଙ୍କୁ ହତ୍ୟା କରିବା ଥିଲା ସଉକ। କେବଳ ହତ୍ୟା ନୁହେଁ ତାଙ୍କ ରକ୍ତରେ ସେ ସ୍ନାନ କରୁଥିଲେ।

୧୫୮୫ରୁ ୧୬୧୦ ମଧ୍ୟରେ ଏଲିଜାବେଥ୍ ପ୍ରାୟ ୬୫୦ କୁଆଁରୀ ଯୁବତୀଙ୍କୁ ହତ୍ୟା କରିଥିଲେ। ନିଜର ସଉକ ପାଇଁ ସେ ପାଲଟି ଯାଇଥିଲେ ଜଣେ ନୃଶଂସ ହତ୍ୟାକାରୀ। ଏପରି କରିବାର କାରଣ ଥିଲା ତାଙ୍କୁ ଜଣେ କେହି ପରାମର୍ଶ ଦେଇଥିଲେ କୁଆଁରୀ ଯୁବତୀଙ୍କ ରକ୍ତରେ ସ୍ନାନ କଲେ ବାର୍ଦ୍ଧକ୍ୟ ସ୍ପର୍ଶ କରିବନି। ସାରା ଜୀବନ ଯବାନ ଓ ସୁନ୍ଦର ରହିବେ। ଏହି ଲୋଭ ତାଙ୍କୁ ନୃଶଂସ କରିଦେଇଥିଲା। ଗୋଟିଏ ପରେ ଗୋଟିଏ କୁଆଁରୀ ଯୁବତୀଙ୍କୁ ହତ୍ୟାକରି ତାଙ୍କ ରକ୍ତରେ ସ୍ନାନ କରିଥିଲେ।

ଚାକରମାନଙ୍କ ସହାୟତାରେ ସେ ଏହି ନାରକୀୟ କାଣ୍ଡ। ତାଙ୍କ ମହଲରୁ ଅନେକ ଯୁବତୀଙ୍କ କଙ୍କାଳ ମିଳିଥିଲା। ଏଥିସହ ଯୁବତୀମାନେ ପରିଧାନ କରିଥିବା ସୁନା ରୂପା ଅଳଙ୍କାର ମଧ୍ୟ ହୋଇଥିଲା ଜବତ। ୧୬୧୦ରେ ହଙ୍ଗରୀ ରାଜା ତାଙ୍କୁ ଗିରଫ କରିଥିଲେ। ବନ୍ଦୀ ହେବାର ୪ ବର୍ଷ ପରେ ଏଲିଜାବେଥଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।