କୁଚିଣ୍ଡାରେ ଡବଲ୍ ମର୍ଡର : ପୁତୁରା ଓ ବଡଭାଇ-ଭାଉଜକୁ ହାଣିଲା ସାନଭାଇ

ସମ୍ବଲପୁର : କୁଚିଣ୍ଡାର ଗୋବିନ୍ଦପୁର ଥାନା ତାଲଡିହି କିସାନପଡାରେ ଡବଲ୍ ମର୍ଡର। ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଓ ପୁତୁରାର ଜୀବନ ଯାଇଥିବା ବେଳେ ଭାଉଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗୋବିନ୍ଦପୁର ଥାନା ତାଲଡିହି କିସାନପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ବଡଭାଇ ସମେତ ଓ ଚାରି ବର୍ଷର ପୁତୁରାର ଓ ଭାଉଜକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ସାନଭାଇ। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ସମସ୍ତଙ୍କୁ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଖାନାରେ ଟାଙ୍କିରେ ଫିଙ୍ଗି ଦେଇଥିଲା। ଘଟଣା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡଭାଇ ଓ ପୁତୁରାର ମୃତଦେହ ଉଦ୍ଧାର କରିବା ସହ ଗୁରୁତର ଭାଉଜକୁ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ମତାମତ ଦିଅନ୍ତୁ ।